July 27, 2024

ଓଡ଼ିଶାରେ ଅଭିନେତା ଅରୁଣ ଗୋଭିଲ ବିଜେପି ପାଇଁ କରିବେ ପ୍ରଚାର

1 min read

ଭୁବନେଶ୍ୱର: ବିଜେପି ନେତା ତଥା ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ରାମ ଭୂମିକାରେ ଅଭିନୟ କରିଥିବା ଚର୍ଚ୍ଚିତ ଅଭିନେତା ଅରୁଣ ଗୋଭିଲ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି

ଅବସରରେ ଅରୁଣ ଗୋଭିଲ କହିଛନ୍ତି, ଦେଶର ପ୍ରଗତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଠାରୁ ଭଲ ବିକଳ୍ପ କିଛି ହୋଇନପାରେ। ଦେଶର ବିକାଶ ସବୁଠାରୁ ବଡ଼ଏଜେଣ୍ଡା। ଏଣୁ ବିଜେପିକୁ ସମସ୍ତେ ଭୋଟ ଦେବା ଉଚିତ। ଭୁବନେଶ୍ୱର ବିମାନବନ୍ଦରରୁ ସିଧା ଚପର ଯୋଗେ ସେ

କେନ୍ଦୁଝର ଅଭିମୁଖେ ଯାତ୍ରା କରିଛନ୍ତି। ଅରୁଣ ଗୋଭିଲଙ୍କ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଓ ତେଲକୋଇରେ ଆୟୋଜିତ ଜନସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଅପରାହ୍ନରେ ଢେଙ୍କାନାଳ ଓ ଜୟଦେବ ନିର୍ବାଚନ ମଣ୍ଡଳୀରେରେ ଅରୁଣ ଗୋଭିଲଙ୍କର ରୋଡ ସୋ ରହିଛି।

Leave a Reply

Your email address will not be published. Required fields are marked *