January 24, 2026

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

1 min read

ବୋରିଗୁମ୍ମା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଶ୍ରୀ ବିଶୋୟୀଙ୍କ ୭ଟି ଠିକଣାରେ ଜୟପୁର ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରଖିଥିବା ବେଳେ ଅପରାହ୍‌ଣ ସୁଦ୍ଧା ଏକ ତିନି ମହଲା କୋଠା, ୧୫ଟି ପ୍ଲଟ୍‌, ଏକ କାଜୁ ପ୍ରଶସ୍ତୀକରଣ କାରଖାନା, ଯାହାକି ୮୫୦୦ ବର୍ଗଫୁଟ୍‌ରେ ବ୍ୟାପିଛି, ୨୮୫ଗ୍ରାମ୍‌ ସୁନା, ନଗଦ ୨ଲକ୍ଷ ୪୫ ହଜାର, ୨ଟି କଂକ୍ରିଟ୍‌ ମିକ୍ଚର ମେସିନ୍‌, ୨ଟି ଧାନକଟା ମେସିନ, ୩ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ବୋଲେରୋ ଠାବ ହୋଇଛି। ଭିଜିଲାନ୍ସ ଟିମ୍‌ ତଦନ୍ତ ଜାରି ରଖିଥିବା ବେଳେ ଶ୍ରୀ ବିଶୋୟୀଙ୍କର ଆହୁରି ସ୍ଥାବର-ଅସ୍ଥାବର ସଂପତ୍ତି ଥିବା ଆଶଙ୍କା କରାଯାଉଛି।