October 25, 2025

ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମୁଜୁମଦାର

1 min read

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେଉଛନ୍ତି ଅଭିଜିତ ମୁଜୁମଦାର୍‌। ସେ ଭେଣ୍ଟିଲେଟରରୁ ବାହାରିଛନ୍ତି। ହେଲେଏବେବି କୋମାରେ ସଙ୍ଗୀତ ଅଛନ୍ତି । । ଗୁରୁତର ହୋଇ ଭୁବନେଶ୍ବର ଏମ୍ସ ଭେଣ୍ଟିଲେଟରରେ ଥିଲେ । ଅଭିଜିତଙ୍କ ମସ୍ତିସ୍କ ଏବେ ବି କାମ କରୁନି ।

ଅଗଷ୍ଟ ୨୭ରେ ଗଣେଶ ପୂଜା ସମୟରେ ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରିବା ପରେ ଅଭିଜିତ୍‌ଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୪ରେ ତାଙ୍କୁ ଏମ୍ସ-ଭୁବନେଶ୍ୱରକୁ ରେଫର କରାଯାଇଥିଲା, ଯେଉଁଠାରେ ତାଙ୍କୁ ହାଇପରଟେନସନ, ହାଇପୋଥାଇରଏଡିଜମ ଓ କ୍ରନିକ ଯକୃତ ରୋଗ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ ହୋଇଛି।