October 16, 2025

ଆଜି ସବୁ ମନ୍ତ୍ରୀଙ୍କ ଅଚାନକ ଇସ୍ତଫା

1 min read

ନୂଆଦିଲ୍ଲୀ: ଶୁକ୍ରବାର ଗୁଜୁରାଟରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବ। ଦିନ ୧୧ଟାରେ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଉପସ୍ଥିତ ରହିବେ। କିନ୍ତୁ ଏହାପୂର୍ବରୁ ଗୁଜୁରାଟରେ ହଠାତ୍ ଏକ ବଡ ରାଜନୈତିକ ହଇଚଇ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ କେନ୍ଦ୍ରୀୟ ନେତୃତ୍ଵଙ୍କ ନିର୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତାମାନେ ସମସ୍ତ ମନ୍ତ୍ରୀମାନଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଥିଲେ। ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ମନ୍ତ୍ରୀ ପରିଷଦର ଇସ୍ତଫା ପତ୍ର ଦାଖଲ କରିବା ନେଇ ସୂଚନା ରହିଛି।