May 24, 2026

ତ୍ବିଷାଙ୍କ ଦ୍ୱିତୀୟ ପୋଷ୍ଟମର୍ଟମ୍ କରାଯିବ

1 min read

ନୂଆଦିଲ୍ଲୀ: ନୋଏଡା ମଡେଲ-ଅଭିନେତ୍ରୀ ତ୍ବିଷା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଜି ଏକ ବଡ଼ ଅପ୍‌ଡେଟ୍‌ କରାଯାଉଛି। ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ବିଶେଷଜ୍ଞ ଡାକ୍ତରଙ୍କ ଏକ ଦଳ ଆଜି ଭୋପାଳରେ ପହଞ୍ଚିଛି, ଯେଉଁଠାରେ ତ୍ବିଷାଙ୍କ ଦ୍ୱିତୀୟ ପୋଷ୍ଟମର୍ଟମ୍ କରାଯିବ। ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏମସ୍ ଦିଲ୍ଲୀ ଏକ ଚାରି ସଦସ୍ୟ ବିଶିଷ୍ଟ ମେଡିକାଲ୍ ବୋର୍ଡ ଗଠନ କରିଛି, ଯାହା ଏମସ୍ ଭୋପାଳରେ ଭିଡିଓଗ୍ରାଫି ସହିତ ଏକ ବିସ୍ତୃତ ଦ୍ୱିତୀୟ ପୋଷ୍ଟମର୍ଟମ୍ କରିବ।