ଭିଲୱାଡ଼ା ପେଟ୍ରୋଲ ପମ୍ପରେ ରାଜସ୍ଥାନର ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍) ଓ ପଟ୍ରୋଲ୍ ପମ୍ପ୍ କର୍ମଚାରୀ ହାତାହାତି
1 min read
ଭିଲୱାଡ଼ା: ଭିଲୱାଡ଼ା ପେଟ୍ରୋଲ ପମ୍ପରେ ରାଜସ୍ଥାନର ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍) ଓ ପଟ୍ରୋଲ୍ ପମ୍ପ୍ କର୍ମଚାରୀ ହାତାହାତି ହେବା ମାମଲା ଏବେ ନୂଆ ମୋଡ଼ ନେଇଛି। ପ୍ରତାପଗଡ଼ରେ ନିଯୁକ୍ତ ହୋଇଥିବା ଏସଡିଏମ୍ ଛୋଟୁ ଲାଲ ଶର୍ମା ତାଙ୍କ ପତ୍ନୀ ଦୀପିକା ବ୍ୟାସଙ୍କ ସହ ପେଟ୍ରୋଲ ପମ୍ପକୁ ତାଙ୍କ ଗାଡ଼ିରେ ତେଲ ପକାଇବାକୁ ଯାଇଥିଲେ। ସେଠାରେ ସେମାନଙ୍କ ଗାଡ଼ିରେ ତେଲ ପକାଉଥିବା କର୍ମଚାରୀ ଜଣକ ଦୀପିକାଙ୍କୁ ଆଖି ମାରି ଅଶାଳୀନ ଇଙ୍ଗିତ କରିଥିଲେ। ଯାହାଫଳରେ ଛୋଟୁ ଲାଲ ଶର୍ମା ରାଗିଯିବାରୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ବୋଲି ଆମେ ଜାଣନ୍ତି। ମାତ୍ର ସତ କଥା ହେଲା ଯେଉଁ ମହିଳା ଜଣକ ନିଜକୁ ଏସ୍ଡିଏମ୍ଙ୍କ ପତ୍ନୀ ବୋଲି କହି ଅଭିଯୋଗ ଆଣିଥିଲେ ସେ ତାଙ୍କର ଅସଲି ପତ୍ନୀ ନୁହଁନ୍ତି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାକୁ ତଦନ୍ତ କରି ପୁଲିସ୍ ପ୍ରଶାସନିକ ଅଧିକାରୀଙ୍କ କଳା ଅତୀତ ଉପରୁ ଏବେ ପରଦା ଉଠାଇଛି।
ପୁଲିସ୍ ମୁତାବକ, ନିଜକୁ ଅଧିକାରୀଙ୍କ ପତ୍ନୀ ଭାବରେ ପରିଚୟ ଦେଇ ଏଫଆଇଆର୍ ଦାୟର କରିଥିବା ମହିଳା ତାଙ୍କର ଆଇନଗତ ଭାବରେ ସ୍ୱୀକୃତିପ୍ରାପ୍ତ ପତ୍ନୀ ନୁହଁନ୍ତି। ଏହି ମାମଲା ରାଜନୈତିକ ଦୃଷ୍ଟି ଆକର୍ଷଣ କରିବା ସହିତ, ଏହା ଏସ୍ଡିଏମ୍ ଛୋଟୁ ଲାଲ୍ ଶର୍ମାଙ୍କ ବିବାଦୀୟ ଅତୀତକୁ ଲୋକଲୋଚନକୁ ଆଣିଛି। ଯାହାଙ୍କର ଘରୋଇ ବିବାଦର ଇତିହାସ ରହିଛି।
ମଙ୍ଗଳବାର ଦିନ ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ ଏସଡିଏମ୍ ଭିଲୱାରାର ଜସୱନ୍ତପୁରା ନିକଟରେ ଏକ ପେଟ୍ରୋଲ ପମ୍ପରେ ତାଙ୍କ ଗାଡ଼ିରେ ତେଲ ଭର୍ତ୍ତି କରିବା ପାଇଁ ଅଟକିବା ବେଳେ ଏପରି ଏକ ଘଟଣା ଘଟିଥିଲା।


