July 27, 2024

ଆଠଗଡ ଵିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

1 min read

ଆଠଗଡ଼ : ଵିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଟାଙ୍ଗୀ ଚୌଦ୍ୱାର ବ୍ଲକର କଖଡି ପଂଚାୟତ ଠାରୁ ଆରମ୍ଭ ହୋଇ ମାହାଳପଡ଼ା ,କାପ୍ତାବରାଇ ,ଘଣ୍ଟିଖାଲ, ନିଧିପୁର, ଜେନାପୁର ,ଗୋପାଳପ୍ରସାଦ, ଧୁରୁଷିଆ, ଗଜାମ୍ବ ,ଜଗମୋହନପୁର, କେଉଟପଡା,ବନ୍ଧହଟା ,ବାଲିସାହି, କଟକିଆ ସାହି ,ବଳରାମପୁର , ସର୍ପେଶ୍ୱର ଠାରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ଵିଜୁ ଜନତା ଦଳ ସଭାପତି ରବୀନ୍ଦ୍ର ନାଥ ରାଉତ ଶୁଭାରମ୍ବ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ଆଦିତ୍ୟ ପ୍ରତାପ ସ୍ୱାଇଁ, ଭାରତ ସର୍ବୋଚ୍ଚ ଅଦାଲତର ଆଇନଜୀବୀ ତଥା ସମାଜସେବୀ ଯୋଗ ଦେଇ କହିଲେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତବର୍ଷ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଦଶଦିନ ବ୍ୟାପି ଜନସଂପର୍କ ପଦଯାତ୍ରା କରାଯିବା ପାଇଁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି ।


ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବାରେ ନିରବଛିନ୍ନ ଭାବରେ ପଚିଶ ବର୍ଷ ଓଡ଼ିଶାବାସୀଙ୍କ ସେବା କରିବା ସହ ସାଢେ଼ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସ ଭାଜନ ହୋଇପାରିଛି । ଏହି ପରିପ୍ରେକ୍ଷୀରେ ଆଠଗଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ କଖଡି ଗ୍ରାମ ପଂଚାୟତର ହନୁମାନ ମନ୍ଦିରଠାରେ ଏହାର ଶୁଭାରମ୍ଭ ହୋଇ ଏହି ପଦଯାତ୍ରାରେ ଆଠଗଡ ବ୍ଲକ ତିନି ନମ୍ବର ଜୋନ ରେ ପହଞ୍ଚିଥିଲା। ଏଥିରେ ପାଞ୍ଚ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଦଳୀୟ ସଭାପତିମାନଙ୍କ ଯୋଗ ଦେଇଥିଲେ ଆଠଗଡ ବିଜୁ ମହିଳା ସଭାନେତ୍ରୀ ଶାନ୍ତିଲତା ବେହେରା,ମାନ୍ୟବର ମନ୍ତୀ ଆଠଗଡ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ କଟକ ଜ଼ିଲ୍ଲା ପରିଷଦ ର ପୂର୍ବତନ ଉପାଧ୍ୟକ୍ଷ ସୁନୀଲ କୁମାର ପରିଡା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଧେଶକ ପ୍ରଶାନ୍ତ କୁମାର ସ୍ୱାଇଁ, ବିଜୁ ଯୁବ ଜନତା ସଭାପତି ବିନୋଦ କୁମାର ମାଝୀ, ଛାତ୍ର ଜନାତ ସଭାପତି ସତ୍ୟପ୍ରିୟ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ଧୁରୁଷିଆ ପଞ୍ଚାୟତଵିଜୁ ଜନତା ଦଳ ସଭାପତିତଥା ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା, ଧୁରୁଷିଆ ସରପଞ୍ଚ ସଂଯୁକ୍ତା ପାଣି, ଘାଣ୍ଟିଖାଲ ସରପଞ୍ଚ ସୁବାଷ ଚନ୍ଦ୍ର ବିଶ୍ବାଳ, ସମିତିସଭ୍ୟା ରଞ୍ଜୁବାଳା ପ୍ରଧାନ, କଖଡି ସମେତ ବ୍ଲକର ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ଵ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *