September 3, 2025

ଡେଙ୍ଗପଦର ଗାଁରେ ଘର ସାମ୍ନାରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ

1 min read

ବଲାଙ୍ଗିର: ବଲାଙ୍ଗିର ଜିଲା ମୁରିବାହାଲ ଥାନା ମାଲେଶିରା ଗ୍ରାମ ପଞ୍ଚାୟତ ଡେଙ୍ଗପଦର ଗାଁରେ ଘର ସାମ୍ନାରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି l କେହିଜଣେ ଏକ ଧାରୁଆ ଅସ୍ତ୍ରରେ ସନ୍ତୋଷ ପରାଭୁଏ (୪୦)ଙ୍କୁ ହତ୍ୟା କରିଥିବା ପୋଲିସ ଖବର ପାଇଥିଲା। ମୁରୀବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା l

ସନ୍ତୋଷଙ୍କ ସ୍ତ୍ରୀ ଭବାନୀ ପରାଭୁଏଙ୍କ ସହିତ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରହିଥିଲା l ତାହାକୁ ନେଇ ପରିବାର ମଧ୍ୟରେ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା l ଗତକାଲି ଏହି ଘଟଣାକୁ ନେଇ ରାତିରେ ପୁଣିଥରେ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ବିବାଦ ଦେଖାଦେବା ସହ ଝଗଡ଼ା ଉଗ୍ରରୂପ ନେଇଥିଲା l ଏପରିକି ମାରପିଟ ହୋଇଥିଲା l ସ୍ବାମୀ ସନ୍ତୋଷଙ୍କ ହତ୍ୟା ପରେ ସ୍ତ୍ରୀ ରାତିରେ ଅଟୋ ଧରି ପଳାଇ ଯାଇ ଅସୁସ୍ଥ ହେବା ଦର୍ଶାଇ ଟିଟଲାଗଡ ହସପିଟାଲ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଥିଲା। ଏହି ହତ୍ୟାକାଣ୍ଡ ପଛରେ ସ୍ତ୍ରୀ ଭବାନୀଙ୍କ ହାତ ଥିବା ନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି।

ହତ୍ୟାକାଣ୍ଡ ପଛରେ ସ୍ତ୍ରୀ ଭବାନୀଙ୍କ ସଂପୃକ୍ତିକୁ ନେଇ ସନ୍ଦେହ କରି ମୁରିବହାଲ ଥାନା ପୋଲିସ ଭବାନୀକୁ ପଚରାଉଚୁରା କରୁଥିବାବେଳେ ହସ୍ପିଟାଲ ଜଗି ରହିଛି। ଅନ୍ୟପଟେ ପରିବାର ସଂପର୍କୀୟମାନେ କହିଛନ୍ତି। ଝଗଡ଼ା ହେବାପରେ ସ୍ତ୍ରୀ ଭବାନୀ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଛୁରିରେ ନିଜ ସାମୀକୁ ଭୂଷି ଦେଇଥିବା କୁହାଯାଉଛି। ପୋଲିସ ଟିଟିଲାଗଡ ହସ୍ପିଟାଲରେ ଭବାନୀକୁ ଜଗି ରହି ପଚରାଉଚରା କରୁଛି। ସନ୍ତୋଷର ହତ୍ୟାକାଣ୍ଡକୁ ନେଇ ମୁରିବାହାଲ ପୋଲିସ ତଦନ୍ତ କରୁଥିବା ଥାନାବାବୁ ସନାତନ ସାହୁ କହିଛନ୍ତି l