September 1, 2026

ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଆଇତଳଙ୍ଗ ସ୍ଥିତ ମା ‘ନାରାୟଣୀଙ୍କ ମନ୍ଦିରରୁ ବଡ଼ ଧରଣର ଲୁଟ ପାଟ ହୋଇଛି

1 min read

ବାଲିପାଟଣା: ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଆଇତଳଙ୍ଗ ସ୍ଥିତ ମା ‘ନାରାୟଣୀଙ୍କ ମନ୍ଦିରରୁ ବଡ଼ ଧରଣର ଲୁଟ ପାଟ ହୋଇଛି | ଦୁର୍ବୃତ୍ତମାନେ ମନ୍ଦିର ଫାଟକ ତାଲା ଭାଙ୍ଗି ମା ‘ଙ୍କ ରୁପା ଖଡୁ , ରୁପା ଆଖି , ଦୋଳ କଳସ , ପିତଳ ବାସନ କୁସନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି | ମନ୍ଦିର ପ୍ରାଙ୍ଗଣରେ ଥିବା ସମସ୍ତ ଘର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି | ଆଜି ସକାଳୁ ପୂଜକ ପୂଜା କରିବାକୁ ଆସିବା ସମୟରେ ତାଲା ଭଙ୍ଗା ଯାଇଥିବା ଦେଖି କମିଟି ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ଜଣାଇଥିଲେ |ବାଲିପାଟଣା ପୁଲିସ ଘଟଣା ସ୍ଥଳ ଅନୁଧ୍ୟାନ କରି ଫେରିଛି | ଅନ୍ୟ କେଉଁ ସାମଗ୍ରୀ ସବୁ ଚୋରି ହୋଇଛି ତାହା ଖୋଳତାଡ଼ ଚାଲିଛି |

ପୁଲିସର ନିଷ୍କ୍ରିୟତା ପାଇଁ ଚୋରି ବଢୁଥିବା ସାଧାରଣରେ ଆଲୋଚନା
ପ୍ରକାଶ ଥାଉ କି ଗତ କିଛି ମାସ ମଧ୍ୟରେ ବାଲିପାଟଣାରେ ପ୍ରାୟ ୨୦ରୁ ଅଧିକ ମନ୍ଦିରରୁ ଚୋରି ହେଲାଣି | ଦୁର୍ବୃତ୍ତମାନେ ଦେବାଳୟକୁ ଟାର୍ଗେଟ କରି ଲୁଟି ଚାଲିଛନ୍ତି | ପୁଲିସ ଏଯାଏଁ କୌଣସି ମନ୍ଦିର ଚୋରି ଘଟଣାର ପର୍ଦାଫାଶ କରି ପାରିନାହିଁ | ଯାହାକୁ ନେଇ ଶ୍ରଦ୍ଧାଳୁ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଅବାଧ ନିଶା କାରବାର ଏବଂ ପୁଲିସର ନିଷ୍କ୍ରିୟତା ପାଇଁ ଚୋରି ବଢୁଥିବା ସାଧାରଣରେ ଆଲୋଚନା ହେଉଛି |