Categories

February 8, 2026

ରାଜଧାନୀ ଭୁବନେଶ୍ୱରସ୍ଥିତ ୧ ନଂ ଭୂତଳ ମାର୍କେଟ୍‌ରେ ଅଗ୍ନିକାଂଡ

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ୧ ନଂ ଭୂତଳ ମାର୍କେଟ୍‌ରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ଏକାଧିକ କପଡ଼ା ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪/୫ ଘଣ୍ଟା ପରିଶ୍ରମ କରିବା ପରେ ଏହି ନିଆଁ ଆୟତ୍ତକୁ ଆସିଛି।

ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ମାତ୍ର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ (ବିଏମ୍‌ସି) ମେୟର ସୁଲୋଚାନା ଦାସ କହିଛନ୍ତି, ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା। ନଚେତ୍‌ ଏହା ଏକ ବଡ଼ ଅଘଟଣ ପାଲଟିଥାନ୍ତା।ବାଣ ବିସ୍ଫୋରଣରେ ଯୁବକ ଗୁରୁତର