March 17, 2026

ବଚସାରୁ ଛୁରାମଡ଼, ଯୁବକଙ୍କ ମୃତ୍ୟୁ

1 min read

ମୁମ୍ବାଇ: ମାଲାଡରେ ଏକ ହିଂସାତ୍ମକ ରାସ୍ତା ସଂଘର୍ଷରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମାଲାଡରେ ଇନଅରବିଟ୍ ମଲ୍ ନିକଟରେ ଲିଙ୍କ୍ ରୋଡ୍‌ରେ ଏକ ସାମାନ୍ୟ ଧକ୍କା ପରେ ଜଣେ କ୍ୟାବ୍ ଡ୍ରାଇଭର ଏବଂ ଜଣେ ବାଇକ୍ ଆରୋହୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।ବିବାଦ ଏତେ ବଢ଼ିଗଲା ଯେ ଟ୍ୟାକ୍ସି ଡ୍ରାଇଭର ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରି‌ଥିଲେ। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ଏବଂ ତାଙ୍କ ସହିତ ଥିବା ଜଣେ ଯାତ୍ରୀଙ୍କୁ ଗିରଫ କରିଛି। ମୃତ ଯୁବକ ଏକ ଡିଜିଟାଲ୍ ମାର୍କେଟିଂ କମ୍ପାନିରେ କାମ କରୁଥିଲେ। ‌ସେ ମାଲୱାନିର ବାସିନ୍ଦା ଶାରିକ ଅନସାରୀ (25) ଭାବରେ ଚିହ୍ନଟ ହୋଇଛନ୍ତି। କ୍ୟାବ୍ ଡ୍ରାଇଭର ସତ୍ୟେନ୍ଦ୍ର ଗୁପ୍ତା (୨୮) ଏବଂ ଯାତ୍ରୀ ସୁନୀଲ ପାଲ (୨୭) ଉଭୟ କାନ୍ଦିଭାଲି ପଶ୍ଚିମର ଲାଲଜିପଡ଼ାର ବାସିନ୍ଦା।