January 24, 2026

ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ

1 min read

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲ୍ୱନ କରାଯାଇଛି। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଦଇତାପତି ସେବକ ଏବଂ ଦଇତା ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ରାମକୃଷ୍ଣଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଲମ୍ବନ କରିଛନ୍ତି । ଶ୍ରୀମନ୍ଦିର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ଦର୍ଶାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ରାମକୃଷ୍ଣଙ୍କୁ ୩୦ ଦିନ ପାଇଁ ମହାପ୍ରଭୁଙ୍କ ସେବା ତଥା ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି ।

ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ପାଇଁ ମୂର୍ତ୍ତି ତିଆରିରେ ମନ୍ଦିରରୁ ଅତିରିକ୍ତ ବଳକା ଦାରୁ ବ୍ୟବହାର ସମ୍ପର୍କରେ ତାଙ୍କ ବିବାଦୀୟ ବୟାନ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏଚଜେଟିଏ) ଦ୍ୱାରା ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍ ଯୋଗୁଁ ଏହି ନିଲମ୍ବନ କରାଯାଇଛି। ନୋଟିସ୍ ରେ “ଜଗନ୍ନାଥ ଧାମ – ଦୀଘା” ନାମରେ ନାମିତ ଦୀଘା ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ତାଙ୍କର ଅଂଶଗ୍ରହଣ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।