June 23, 2026

ଏ.ଆର. ରହମନଙ୍କୁ ହୃଦଘାତ

1 min read

ଚେନ୍ନଇ: ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଓସ୍କାର ପୁରସ୍କାର ବିଜେତା ବିଶିଷ୍ଟ ସଙ୍ଗୀତଜ୍ଞ ଏ. ଆର. ରହମନ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚେନ୍ନଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହିତ ନିରୀକ୍ଷଣରେ ରଖିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରହମନଙ୍କୁ ହୃଦଘାତ ହୋଇଥିବା ସନ୍ଦେହ କରାଯାଉଛି। କାରଣ ଡାକ୍ତରୀ ଟିମ ତାଙ୍କର ଆଞ୍ଜିଓଗ୍ରାମ ପରୀକ୍ଷା କରାଯାଇପାରେ ବୋଲି କହିଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅଧିକ ସୂଚନା ମିଳିପାରି ନାହିଁ। ମାତ୍ର ରହମନ ଡାକ୍ତରଖାନାରେ ଭର୍ତ୍ତି ହେବା ସୂଚନା ମିଳିବା ପରେ ପ୍ରଶଂସକ ମହଲରେ ଚିନ୍ତାପ୍ରକାଶ ପାଇଛି।