January 24, 2026

ଏମବିବିଏସ ଡାକ୍ତର ପଦବୀ ପୂରଣ ନିମନ୍ତେ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି

1 min read

ଭୁବନେଶ୍ବର: ଚଳିତ ବର୍ଷ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ପଦବୀ ପୂରଣ ନିମନ୍ତେ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି | ଠିକ୍ ସେହିପରି ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ନିମନ୍ତେ ଆୟୋଗକୁ ସୁପାରିଶ କରାଯାଇଛି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।
ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହୁରି ସୂଚନା ଦେଇଛନ୍ତି ଯେ ସବୁ ଜିଲ୍ଲାହସ୍ପିଟାଲରେ ଡେ କେୟାର ସେଣ୍ଟର ଓ କେମୋଥେରାପି ବ୍ୟବସ୍ଥା କରାଯିବ। ସାଟେଲାଇଟ ସେଣ୍ଟରର ଉଦ୍ଦେଶ୍ୟ ହେଉଛି, ଯେଉଁ ପୁରୁଣା ଭିତ୍ତିଭୂମି ଅଛି, ତାହା ବ୍ୟବହାର କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା | ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଆସିଛି। ସାଟେଲାଇଟ ସେଣ୍ଟରରେ ଦଶଟି ଅବଜରଭେସନ ବେଡ଼ ରହିବ। ଜିଲ୍ଲା ହସ୍ପିଟାଲକୁ ରୋଗୀ ସ୍ଥାନାନ୍ତର ଲାଗି କ୍ୟାମ୍ପସରେ ୨୪ଘଣ୍ଟା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ।