Categories

February 8, 2026

ଭିଜିଲାନ୍ସ ହାତରେ ଲେଫ୍ରିପଡ଼ା ତହସିଲ କନିଷ୍ଠ କିରାଣି

1 min read

ସୁନ୍ଦରଗଡ଼: ଭିଜିଲାନ୍ସ ହାତରେ ଲେଫ୍ରିପଡ଼ା ତହସିଲ କନିଷ୍ଠ କିରାଣି ଗୋଲେଖ ବିହାରୀ ନାଏକ। ଜମି ଡିମାରକେସନ ପାଇଁ ମଶାବିରାର ଅନନ୍ତ ପ୍ରଧାନଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡ଼ିଛନ୍ତି ସେ। ଜମି ଡିମାରକେସନ ପାଇଁ ଶ୍ରୀ ପ୍ରଧାନ ୬.୨.୨୫ରେ ଆବେଦନ କରିଥିଲେ। କିନ୍ତୁ କିରାଣି ଏ ସଂକ୍ରାନ୍ତୀୟ ଫାଇଲ ପ୍ରସ୍ତୁତି ପାଇଁ ଲାଞ୍ଚ ମାଗିଥିଲେ। ନହେଲେ ଡିମାରକେସନ ହେବ ନାହିଁ କହିବା ପରେ ଶ୍ରୀ ପ୍ରଧାନ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
ସୁନ୍ଦରଗଡ଼ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଜାଲ ବିଛାଇ ଆଜି ସକାଳେ ଲେଫ୍ରିପଡ଼ା ତହସିଲ ଅଫିସରେ କିରାଣି ଗୋଲେଖ ବିହାରୀ ନାଏକଙ୍କୁ କାବୁ କରିଥିବା ସୂଚନା ରହିଛି। କିରାଣି ଶ୍ରୀ ନାଏକ ୨୦୨୧ରେ ଚାକିରି ପାଇଥିଲେ।