March 14, 2026

ବଧୂ ହତ୍ୟା ଅଭିଯୋଗ

1 min read

ଖଲ୍ଲିକୋଟ: ଘର ଭିତରୁ ନବବଧୂର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠିି ଗାଁରେ ବଧୂ ହତ୍ୟା ଅଭିଯୋଗ ହୋଇଛି। ନବ ବଧୂର ବେକରେ ରକ୍ତ ଲାଗି ଥିବାରୁ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ନ୍ୟାୟ ଦାବିରେ ଘର ଆଗରେ ପରିବାର ଲୋକ ଧାରଣା ଦେଇଛନ୍ତି। ଶ୍ୱଶୁର ଘର ଲୋକେ ଫେରାର ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।