ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
1 min read
କଟକ: ଭାରତୀୟ ଦଳ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଇଂଲଣ୍ଡ ଦଳ 305 ରନ୍ର ଟାର୍ଗେଟ୍ ଦେଇଥିଲା। ଜବାବରେ, ଭାରତୀୟ ଦଳ ୨ ୱିକେଟ୍ ହରାଇ ୧୯୦ ରୁ ଅଧିକ ରନ୍ କରିଛି।
ରୋହିତ ୭୬ ବଲ୍ରେ ଶତକ ହାସଲ କରିଛନ୍ତି। ଏଥିରେ ସେ ୭ଟି ଛକା ଏବଂ ୯ଟି ଚୌକା ମାରିଥିଲେ। ରୋହିତ ୧୬ ମାସ ପରେ ଦିନିକିଆରେ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୧୧ ଅକ୍ଟୋବର ୨୦୨୩ରେ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ। ଦିଲ୍ଲୀରେ ଅନୁଷ୍ଠିତ ସେହି ମୁକାବିଲାରେ ରୋହିତ ୧୩୧ ରନ୍ର ଇନିଂସ ଖେଳିଥିଲେ।