March 17, 2026

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି

1 min read

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି। ୨୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହୋଇ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ। ତମିଲନାଡ଼ୁ ଓ ଶୀଲଙ୍କା ପାଖାପାଖି ଅଞ୍ଚଳରେ ବର୍ଷା ହେବ। ବାତ୍ୟା ରୂପ ନେବ କି ନାହିଁ ଲଘୁଚାପ ହେବା ପରେ ହିଁ ସ୍ପଷ୍ଟ ହେବ। ଓଡ଼ିଶା ଉପରେ ଏହାର ସିଧା ସଳଖ ପ୍ରଭାବ ନାହିଁ ବୋଲି ସୂଚନା ମିଳିଛି। ୨୭, ୨୮ ବେଳକୁ କିଛି ଜିଲାରେ କାଁ ଭାଁ ବର୍ଷା ହୋଇପାରେ ବୋଲି ନିର୍ଦ୍ଦେଶିକା ମହାନ୍ତି କହିଛନ୍ତି।