May 1, 2025

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ

1 min read

ମୁମ୍ବାଇ: ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ। ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବୁଧବାର ରାତିରେ ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କର ଦେହାନ୍ତ ହେବା ପରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଶୁକ୍ରବାର ଦିନ ମୁମ୍ବାଇଠାରେ ଟାଟା ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବସମ୍ମତି କ୍ରମେ ନୋଏଲ ଟାଟାଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ନୋଏଲ ଟାଟା ହେଉଛନ୍ତି ସ୍ଵର୍ଗତ ରତନ ଟାଟାଙ୍କର ସାବତ ଭାଇ।

ନୋଏଲ ଟାଟା ପୂର୍ବରୁ ଟାଟା ଟ୍ରଷ୍ଟର ସଦସ୍ୟ ଥିଲେ। ସେ ଗତ କିଛି ବର୍ଷ ହେଲା ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡର ଅଧ୍ୟକ୍ଷ ଥିଲେ। ସେ ଟାଟା ଟ୍ରଷ୍ଟ, ଭୋଲଟାସ ଏବଂ ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଭଳି କମ୍ପାନିର ଅଧ୍ୟକ୍ଷ ରହିସାରିଛନ୍ତି। ଏହା ସହ ଟାଟା ଷ୍ଟିଲ ଏବଂ ଟାଇଟନ କମ୍ପାନି ଲିମିଟେଡର ଉପାଧ୍ୟକ୍ଷ ଭାବେ ମଧ୍ୟ ସେ କାମ କରିଛନ୍ତି।