August 11, 2026

ହଜ୍‌ ଯାତ୍ରା ପାଇଁ ୧.୨ ଲକ୍ଷ ମନୋନୀତ

1 min read

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହଜ୍‌ ଯାତ୍ରା ପାଇଁ ଭାରତୀୟ ହଜ୍‌ କମିଟି ଲଟେରି ଜରିଆରେ ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଚୟନ କରିଛି। ୨୦୨୫ର ହଜ୍‌ କୋଟା ୧,୨୨,୫୧୮ ରହିଥିବା ବେଳେ ମୋଟ ୧,୫୧,୯୧୮ଟି ଆବେଦନ ପହଞ୍ଚି ଥିଲା। ୬୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ୧୪,୭୨୮ ଜଣଙ୍କୁ ଚୟନ କରାଯାଇଥିବା ବେଳେ ୩,୭୧୭ ଜଣ ମହିଳା ବିନା ମେହରମ୍‌ (ପୁରୁଷ ସାଥୀ)ରେ ଯିବା ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କୁ ବିନା ଲଟେରିରେ ଚୟନ କରାଯାଇଛି।