October 13, 2026

ମଧ୍ୟପ୍ରଦେଶରେ ୬ ବର୍ଷୀୟା ଶିଶୁକୁ ଦୁଷ୍କର୍ମ

1 min read

ଭୋପାଳ: ମଧ୍ୟପ୍ରଦେଶର ଦିନ୍ଦୋରି ଜିଲ୍ଲାରେ ଜ‌ଣେ ୬ ବର୍ଷୀୟା‌ ଶିଶୁ ଦୁଷ୍କର୍ମର ଶିକାର ହୋଇଛି। ଶିଶୁଟି ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଏବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି। ମାମଲାରେ ଅଭିଯୁକ୍ତ ଜଣେ ୨୧ ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ପୀଡ଼ିତାଙ୍କର ଜଣେ ପଡ଼ୋଶୀ। ଶାହପୁରା ଥାନା ଅଧୀନରେ ରବିବାର ଏହି ଘଟଣା ଘଟିଛି। ପୀଡ଼ିତା ନାବାଳିକା ନିଜ ଅଜା ଆଈଙ୍କ ପାଖରେ ରହୁଥିଲା। ପୀଡ଼ିତା ଘରେ ଏକା ଥିବାର ସୁଯୋଗ

ନେଇ ଅଭିଯୁକ୍ତ ତାଙ୍କ ଘରେ ପଶି ତାକୁ ଦୁଷ୍କର୍ମ କରିଥିଲା ବୋଲି ଶାହପୁରା ଥାନା‌ ଇନଚାର୍ଜ ଶିବଲାଲ୍‌ ମରକମ କହିଛନ୍ତି। ପୀଡ଼ିତାଙ୍କ ଜେଜେ ମା’ ଘର ପଛପଟେ ନିଜ ବାଡ଼ିରେ କାମ କରୁଥି‌ଲେ ଏବଂ ଜେଜେବାପା ସେ ସମୟରେ ଘରେ ନଥିଲେ। ଜଣେ ପଡ଼ୋଶୀ ମହିଳା ପୀଡ଼ିତାଙ୍କୁ ତଳେ ପଡ଼ିଥିବାର ଦେଖି ତାଙ୍କ ଆଈଙ୍କୁ ଖବର ଦେଇଥିଲେ। ତାଙ୍କ ଆଈ ଘଟଣାସ୍ଥଳରେ ପହଞ୍ଚିବା ସମୟ‌ରେ ତାଙ୍କ ଯୌନାଙ୍ଗରୁ ରକ୍ତସ୍ରାବ ହେଉଥିବା ଦେଖିଥିଲେ।

ସେ ତୁରନ୍ତ ତାଙ୍କୁ ଜିଲ୍ଲା ହସ୍ପିଟାଲ୍‌ ନେଇ ଯାଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ଭଲ ନଥିବାରୁ ସେଠାରୁ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଜବଲପୁର ହସ୍ପିଟାଲ୍‌ ପଠାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି।