November 26, 2026

ଆଜିର ରତ୍ନଭଣ୍ଡାର ଗଣତିମଣତି ଶେଷ ହୋଇଛି

1 min read

ପୁରୀ: ଆଜିର ରତ୍ନଭଣ୍ଡାର ଗଣତିମଣତି ଶେଷ ହୋଇଛି। ଦିନ ୧୧ଟା ୨୬ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୬ ମିନିଟ୍‌ରେ ଗଣତିମଣତି ସରିଛି। ଆଜି ମୋଟାମୋଟି ଭାବେ ୩ ଘଣ୍ଟା ୧୦ ମିନିଟ୍‌ ଧରି ଗଣତିମଣତି ହୋଇଛି। କାଲି ପୁନର୍ବାର ଗଣତିମଣତି ହେବ, ବାହାର କାଠ ନିକଟରୁ ଭକ୍ତମାନେ ଦର୍ଶନ କରିବେ । ଗଣତିରେ ସମୟ ଲାଗୁଛି, କାରଣ ଗୋଟିଏ ଅଳଙ୍କାରରେ ଅନେକ ରତ୍ନ ରହିଛି। ତେଣୁ ପ୍ରତିଟି ଅଳଙ୍କାରର ଗଣତି କଷ୍ଟସାଧ୍ୟ ଓ ସମୟସାପେକ୍ଷ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକ ଆଧାରରେ ୨୦୨୫ ମାର୍ଚ୍ଚ ୨୫ ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ୍ ସାମଗ୍ରୀର ଗଣତିମଣତି କାର୍ଯ୍ୟ ଆରମ୍ଭ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ବର୍ତ୍ତମାନ୍ ସୁଦ୍ଧା ମୋଟ୍ ୭୮ ଘଣ୍ଟା ୩ ମିନିଟ୍ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇସାରିଛି। ମାର୍ଚ୍ଚରୁ ସେପ୍ଟେମ୍ବର ୧ ମଧ୍ୟରେ ୧୭ ଦିନ ଗଣତିମଣତି ହୋଇଛି।