November 25, 2026

ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ୪ ବିଦ୍ୟୁତକର୍ମଚାରୀ ୩୩ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା

1 min read

ଭୁବନେଶ୍ବର: ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ୪ ବିଦ୍ୟୁତକର୍ମଚାରୀ ୩୩ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଗ୍ନିଶମ ବିଭାଗ ଏହି ୪ ଜଣଙ୍କୁ ଓହ୍ଲାଇବାକୁ ନାକେଦାମ ହୋଇଛି। ଖବର ଲେଖା ହେବା ସୁଦ୍ଧା ଏମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ତଳକୁ ଓହ୍ଲାଇ ପାରିବାରେ ସଫଳହୋଇ ପାରିନି।

ଦାବି ପୂରଣ ପାଇଁ ଏଭଳି ଉଦ୍ୟମ

ମଞ୍ଚେଶ୍ୱର, ହାଇଟେକ୍ ଛକ, ସିଫା ନିକଟ, ୯ ତାଲା ନିକଟ ଟାୱାରଠାରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଆନ୍ଦୋଳନରତ ବିଦ୍ୟୁତ କର୍ମଚାରୀମାନେ ଦାବି ପୂରଣ ପାଇଁ ଏଭଳି ଉଦ୍ୟମ କରିଛନ୍ତି।