November 23, 2026

ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଏହି ମାମଲାରେ ଜଣକୁ ଗିରଫ

1 min read

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅଧୀନ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଗୁଡା ଗ୍ରାମ ନିକଟ ଏକ ଜମିରୁ ପ୍ରାୟ ୧ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଏହି ମାମଲାରେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଡାଙ୍ଗସୋରଡା ଗ୍ରାମ ପଞ୍ଚାୟତ ବୋରିଖାଲ ଗ୍ରାମର ଦାଶ କୁମୁରିକା ।

ସୂଚନାନୁସାରେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ମୁନିଗୁଡା ଆଇଆଇସି ଲଳୀତ ମୋହନ ସାଗରଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ରେ ସବ ଇନିସପେକ୍ଟର ଉର୍ମିଳା ସେଠୀ, ମହେନ୍ଦ୍ର ହାଂସଦI, ମନୋରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଚଢ଼ାଉ ସମୟରେ ଚନ୍ଦ୍ରପୁର ତହସିଲଦାର ମାଜିଷ୍ଟେ୍‌ଟ ରୂପେ ଉପସ୍ଥିତ ରହିଥିବା ବେଳେ ରାଜସ୍ବ ଅଧୀକାରୀ, କୃଷୀ ବିଭାଗ କର୍ମଚାରୀ ଓ ଆଇ ଆର ବି ପୁଲିସର ଗୋଟିଏ ସେକ୍ସନ ଫୋର୍ସ ଉପସ୍ଥିତ ରହିଥିଲେ।
ଜମିରୁ ୯୮୮ଟି ଗଂଜେଇ ଗଛ ଠାବ କରାଯାଇଥିଲା । ଏହି ଗଞ୍ଜେଇ ଗଛର ଉଚ୍ଚତା ପ୍ରାୟ ୪ଫୁଟରୁ ୫ ଫୁଟ ମଧ୍ୟରେ ରହିଥିଲା । ଚା‌ଷ କରିଥିବା ଦାଶ କୁମୁରିକାକୁ ଏନଡିପିଏସ ଆକ୍ଟର ଧାରା ୨୦(ଏ)(i) ପୁଲିସ ଗିରଫ କରିଥିଲା। ମାଜିଷ୍ଟ୍ରେଙ୍କ ଉପସ୍ଥିତିରେ ଗଂଜେଇ ଗଛ ଗୁଡିକୁ କାଟିବା ସହ ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଥିଲା। ୨ଟି ଗଞ୍ଜେଇ ଗଛକୁ ପରୀକ୍ଷା ପାଇଁ ପୁଲିସ ଆଣିଥିବା ସୂଚନା ଦେଇଛି । ଅଭିଯୁକ୍ତକୁ ମୁନିଗୁଡ଼ା ପୁଲିସ ବିଚାର ବିଭାଗୀୟ ଅଦାଲତକୁ ପଠାଇଦେଇଛି।