November 16, 2026

କାରରେ ନିଆଁ ଲାଗି ଜନ ସେବା କେନ୍ଦ୍ର ମାଲିକଙ୍କର ମୃତ୍ୟୁ

1 min read

ରାଇକିଆ: କନ୍ଧମାଳଜିଲ୍ଲା ରାଇକିଆ ବ୍ଲକ କରଡ଼ା ପଞ୍ଚାୟତ ପାଖ ସୁନାପଲି ଗ୍ରାମରେ ଅଘଟଣ l ଏଠାରେ କାରରେ ନିଆଁ ଲାଗି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଘଟଣାକୁ ନେଇ ହତ୍ୟା ସନ୍ଦେହ ଉପୁଜିଛି।

ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ

କାରରେ ନିଆଁ ଲାଗି ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବକଙ୍କର ପରିଚୟ ମିଳିଛି। ସେ ଦାନ୍ତଲିଙ୍ଗ ଗ୍ରାମର ଗଙ୍ଗା ନାୟକ ବୋଲି ଜଣା ପଡ଼ିଛି l ସେ ସୋରଡ଼ାରେ ଜନ ସେବା କେନ୍ଦ୍ର କରିଥିଲେ। ଜନ ସେବା କେନ୍ଦ୍ରର ଟଙ୍କା ଲୁଟ୍ କରିବା ଉଦ୍ଦେଶ୍ୟରେ କେହି କାର୍‌ରେ ନିଆଁ ଲଗାଇ ଏଭଳି ହତ୍ୟାକାଣ୍ଡ ଭିଆଇଥିବାର ଚର୍ଚ୍ଚା ହେଉଛି। ତେବେ ପୁଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।