October 27, 2026

ଆରମ୍ଭ ହେଲାଣି ଅର୍ଣ୍ଣବ ପ୍ରଭାବ

1 min read

ଭୁବନେଶ୍ୱର : ଆରମ୍ଭ ହେଲାଣି ଅର୍ଣ୍ଣବ ପ୍ରଭାବ। ଅତି ଭୀଷଣ ବାତ୍ୟାର ରୂପ ନେଲା ଅର୍ଣ୍ଡବ। ଲ୍ୟାଣ୍ଡଫଲ ପୂର୍ବରୁ ପ୍ରଭାବ ଦେଖାଇଲାଣି ଅର୍ଣ୍ଣବ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ।

ସମୁଦ୍ରରୁ ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ। ପ୍ରଭାବରେ ଅଶାନ୍ତ ହେଉଛି ଚିଲିକା।କୂଳରେ ସୁସୁ ଗର୍ଜନ କରି ପିଟି ହେଉଛି ଲହଡ଼ି। ସକାଳୁ ସକାଳୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ ଲାଗିରହିଛି।