ପରୱିନ୍ଦର ଆୱାନା ବିସିସିଆଇ ଜୁନିୟର ମନୋନୟନ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି
1 min read
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପରୱିନ୍ଦର ଆୱାନା ବିସିସିଆଇ ଜୁନିୟର ମନୋନୟନ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏ ନେଇ ଶୁକ୍ରବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ପରୱିନ୍ଦର ଦୁଇଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ସହ ୬୨ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। କ୍ରିକେଟରୁ ଅବସର ପରେ ଦିଲ୍ଲୀ ୧୬, ୧୯ ଓ ୨୩ ବର୍ଷରୁ କମ୍ ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ୧୯ ବର୍ଷରୁ କମ୍ ଭାରତୀୟ ଦଳର ବିସିସିଆଇ ହାଇପର୍ଫମାନ୍ସ କେନ୍ଦ୍ରର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।


