October 12, 2026

ଆଇଏସ୍‌ଏସଏଫ ସୁଟିଂ ବିଶ୍ବକପରେ ଭାରତୀୟ ସୁଟର ଉଦୟବୀର ସିଦ୍ଧୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି

1 min read

ନୂଆଦିଲ୍ଲୀ: ଇଜିପ୍ଟର କାଇରୋରେ ଚାଲିଥିବା ଆଇଏସ୍‌ଏସଏଫ ସୁଟିଂ ବିଶ୍ବକପରେ ଭାରତୀୟ ସୁଟର ଉଦୟବୀର ସିଦ୍ଧୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ଉଦୟବୀର ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୪ ବର୍ଷୀୟ ଉଦୟବୀର ମୋଟ୍‌ ୨୪୦.୬ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନରେ ରହିଥିଲେ। ଜର୍ମାନୀର କ୍ରିଷ୍ଟିଆନ ରିଟେଙ୍କଠାରୁ ୦..୫ ପଏଣ୍ଟ ଆଗୁଆ ସହ ଉଦୟବୀର ସ୍ବର୍ଣ୍ଣ ଜିତିଛନ୍ତି। ରିଟେକ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଇଟାଲୀର ପାଓଲୋ ମୋନା ୨୧୯.୮ ପଏଣ୍ଟ ସ୍କୋର କରି କାଂସ୍ୟ ପଦକ ଜିତିଛନ୍ତି। ଆଇଏସ୍‌ଏସଏଫ ସୁଟିଂ ବିଶ୍ବକପରେ ଉଦୟବୀରଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ। ଉଦୟବୀର ଯୋଗ୍ୟତା ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହିଥିଲେ; କିନ୍ତୁ ଫାଇନାଲରେ ଉଦୟବୀର ଚମତ୍କାର ପ୍ରଦର୍ଶନ କରିଥିଲେ। ଉଦୟବୀର ପୂର୍ବରୁ ବିଶ୍ବ ଚମ୍ପିଆନସିପରେ ୪ଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ, ଏସୀୟ ସୁଟିଂ ଚମ୍ପିଆନସିପରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ କିନ୍ତୁ ବିଶ୍ବକପରେ ପଦକ ଜିତିବାରେ ସଫଳ ହୋଇନଥିଲେ।