October 10, 2026

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକା ଯାଇଥିବା ଜଣାପଡ଼ିଛି

1 min read

ନୂଆଦିଲ୍ଲୀ : କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକା ଯାଇଥିବା ଜଣାପଡ଼ିଛି। ସେମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଏସଆଇଆର ବନ୍ଦ କରିବା ଦାବି କରି ଜନ୍ତର ମନ୍ତରରେ ଦଳର ପ୍ରତିବାଦରେ ଯୋଗ ଦେବାକୁ ପହଞ୍ଚିଥିଲେ।

ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ତାଙ୍କ ଗୁରୁଗ୍ରାମ ବାସଭବନରେ ଅଟକ ରଖାଯାଇଥିଲା। ଏହା ସହିତ ରାଜଧାନୀର ବିଭିନ୍ନ ସ୍ଥାନରୁ ୬୦୦ ଅନ୍ୟ ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଥିଲା।