November 23, 2026

୨୦୨୬ ମସିହା ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି

1 min read

ଦକ୍ଷିଣ ଆଫ୍ରିକା: ୨୦୨୬ ମସିହା ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକୀୟ ଆଇନଜ୍ଞ ନାଭି ପିଲେଙ୍କୁ ଏହି ପୁରସ୍କାର ମିଳିବ ବୋଲି ସୂଚନା ଦିଆଯାଇଛି। ଅନ୍ତର୍ଜାତୀୟ ଆଇନ୍‌କୁ ପ୍ରୋତ୍ସାହନ ଦେବା ସହ ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ।

ନାଭି ପିଲେ ଦକ୍ଷିଣ ଆଫ୍ରିକାର ଜଣେ ପ୍ରତିଷ୍ଠିତ ଆଇନଜ୍ଞ। ସେ ଏକ ତାମିଲ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ତାଙ୍କର ଏହି ସଫଳତାକୁ ନେଇ ଭାରତୀୟଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିପାରେ।