ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସର ୭ମ ଦିନ ଭାରତ ପାଇଁ ଅପେକ୍ଷାକୃତ ଭଲ ସାବ୍ୟସ୍ତ ହୋଇଛି
1 min read
ଜାପାନ: ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସର ୭ମ ଦିନ ଭାରତ ପାଇଁ ଅପେକ୍ଷାକୃତ ଭଲ ସାବ୍ୟସ୍ତ ହୋଇଛି । ୭ମ ଦିନରେ ୬ ପଦକ ସହ ଭାରତ ପଦକ ସଂଖ୍ୟା ୨୩ରେ ପହଂଚିଛି । କମଲ୍ଜିତ ଓ ସୁରୁଚି ସିଂହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣିମ ସଫଳତା ଆଣି ଦେଇଛନ୍ତି । ଏହି ଭାରତୀୟ ଯୋଡି ଭାରତ ପାଇଁ ସୁଟିଂରେ ସ୍ୱର୍ଣ୍ଣପଦକ ଆଣିଦେଇଥିବା ବେଳେ ପୁରୁଷ ୫୦ ମିଟର ରାଇଫଲରେ ଟିମ୍ ଇଭେଂଟରେ ଭାରତ ରୌପ୍ୟ ପଦକ ଲାଭ କରିଛି । ଠିକ୍ ସେମିତି ପୁରୁଷ ୧୦,୦୦୦ ମିଟରରେ ଗୁଲଭିର ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ଦିନର ପ୍ରାରମ୍ଭରେ ବାରାନିକା ଏଲାଇନଗୋଭାନ ଭାରତ ପାଇଁ ପ୍ରଥମ ମହିଳା ଭାବେ ପୋଲୋ ଭୋଲ୍ଟରେ ବ୍ରୋଞ୍ଜ ପଦକ ଆଣିଦେଇଥିଲେ । ଟେବୁଲ ଟେନିସରେ ମନୁଷ ଶାହା ଏବଂ ଦିୟା ଚିତାଲେ ଭାରତ ପାଇଁ ବ୍ରୋଞ୍ଜ ପଦକ ଆଣିଥିବା ବେଳେ ମନପ୍ରିତ କୌର ସଟଫୁଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।


