ଭାରତୀୟ ମହିଳା କ୍ରିକେଟ ଦଳ ଏସୀୟ କ୍ରୀଡ଼ା ବିଂଶତମ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଛି
1 min read
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳ ଏସୀୟ କ୍ରୀଡ଼ା ବିଂଶତମ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଛି। ଭାରତୀୟ ଦଳ ପକ୍ଷରୁ ତାମିଲନାଡୁର ଅଲରାଉଣ୍ଡର ଗୁନାଲାନ କମଳିନୀ ପ୍ରତିନିଧିତ୍ବ କରିଥିଲେ। ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିବା କମଳିିନିଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋଶେଫ ବିଜୟ ଶୁଭେଚ୍ଛା ଜଣାଇବା ସହ ୭୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣକରିଛନ୍ତି। ଫାଇନାଲରେ ଭାରତ ୧୪୭ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ସେହିପରି ୟୁଏଇରେ ଆୟୋଜିତ ମହିିଳା ଏସିଆ କପ ଟି୨୦ କ୍ରିକେଟରେ ଭାରତ ଚମ୍ପିଆନ ହୋଇଥିଲା। ଉକ୍ତ ଭାରତୀୟ ଦଳ ପକ୍ଷରୁ କମଳିନୀ ପ୍ରତିନିଧିତ୍ବ କରିଥିଲେ।


