August 15, 2026

ସେଲଫି ନେଉଥିବା ବେଳେ ଜଣେ ଯୁବତୀ ଖସିପଡ଼ିଥିବା ଜଣାପଡ଼ିଛି

1 min read

ସଇଁତଲା: ବଲାଙ୍ଗୀରଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ-କେସିଙ୍ଗା ଜାତୀୟ ରାଜପଥ-୨୬ର ତେଲନଦୀ ପୋଲ ଉପରେ ସେଲଫି ନେଉଥିବା ବେଳେ ଜଣେ ଯୁବତୀ ଖସିପଡ଼ିଥିବା ଜଣାପଡ଼ିଛି। ନିକଟସ୍ଥ ଘୁନସାର ଗ୍ରାମର ତୃପ୍ତିମୟୀ ବାବୁ (୨୩) ସେଲଫି ନେଉଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲେ।

ଅଗ୍ନିଶମ ବିଭାଗ ତୁରନ୍ତ ଉଦ୍ଧାର କରିଥିଲେ
ଘଟଣା ସମ୍ପର୍କରେ ଖବର ପାଇ ସଇଁତଲା ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତୃପ୍ତିମୟୀଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି