August 10, 2026

ବିଲ୍‌ଡରଙ୍କ ଘରୁ ୨ କୋଟିର ସୁନା ଲୁଟ୍ ଘଟଣାରେ ସୋମବାର ପୁଲିସକୁ ଏକ ସଫଳତା

1 min read

ଭୁବନେଶ୍ବର: ବିଲ୍‌ଡରଙ୍କ ଘରୁ ୨ କୋଟିର ସୁନା ଲୁଟ୍ ଘଟଣାରେ ସୋମବାର ପୁଲିସକୁ ଏକ ସଫଳତା ମିଳିଛି। ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ। ତା’ ନିକଟରୁ ପୁଲିସ ଲକ୍ଷ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି। ଜୁଲାଇ ୩୧ରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏହି ଲୁଟ୍ ହୋଇଥିଲା।
ସୂଚନାଯୋଗ୍ୟ,ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତି ଜୁଲାଇ ୩୧ରେ ବଡ ଧରଣର ଲୁଟ୍ ହୋଇଥିଲା। ପ୍ରାୟ ୨ କୋଟି ଟଙ୍କାର ସୁନା ସହ ୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଲକ୍ଷ୍ମୀସାଗର ଥାନାଞ୍ଚଳର ଜଣେ ବିଲ୍‌ଡରଙ୍କ ଘରୁ ଏହି ବଡ଼ ଧରଣର ଲୁଟ ହୋଇଥିଲା। ଘରେ କେହି ନଥିବା ବେଳେ ଦୁର୍ବୃତ୍ତ କଳାକଳା ବୁଲାଇ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।