July 28, 2026

ସୁନ୍ଦରଗଡ଼ ଜିଲ୍ଲାପାଳ ଗାଁ ପରିଦର୍ଶନ କରିଛନ୍ତି

1 min read

କୋଇଡା: ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଆଜି କୋଇଡ଼ା ଅଞ୍ଚଳର ଦୁର୍ଗମ ରାସ୍ତା ଏବଂ ଅବହେଳିତ ଗାଁ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ମହାପାତ୍ର ଆଜି କୋଇଡ଼ା ପହଞ୍ଚି, ଅଭିଯୋଗ ଶୁଣାଣି ସହ ନିଜେ ଖରାପ ରାସ୍ତାରେ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ରେଡ୍ ଜୋନ୍ ଥିବାରୁ, ଲଗାଣ ବର୍ଷା ସତ୍ତ୍ଵେ ଛତା ଧରି ସେ ଗ୍ରାମ ଲୋକଙ୍କ ଅବସ୍ଥା ଦେଖି ଥିଲେ ଏବଂ ସ୍ଥାନୀୟ ଅଞ୍ଚଳର ଅସୁବିଧା ସପଂର୍କରେ ଅବଗତ ହୋଇଥିଲେ।

ଗଣମାଧ୍ୟମକୁ ଶ୍ରୀ ମହାପାତ୍ର କହିଥିଲେ, ଲଘୁଚାପଜନିତ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁସାରେ ଆଜି ଆମେ ୫ଟି ବ୍ଲକର ଅନୁଧ୍ୟାନ କରିଥିଲୁ। ବର୍ଷା ପ୍ରଭାବିତ ଅଞ୍ଚଳରେ ସରକାର ସହାୟତା ଯୋଗାଇ ଦେବେ। ତେହେରାଇ ରାସ୍ତାରେ ଦେଖାଯାଇଥିବା ସମସ୍ୟାର ସମାଧାନ କରାଯିବ। ସ୍ଥାନୀୟ ଲୋକଙ୍କର ଅଭିଯୋଗ କ୍ରମେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।