July 15, 2026

ଓଡ଼ିଶାର ପାରାଦୀପ ହରିଦାସପୁର ରେଳପଥର ଦୋହରୀକରଣ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳପଥର ଦୋହରୀକରଣ ଓ ଝାଡ଼ଖଣ୍ଡର ରାଜଖରସୱାନ-ଡାଙ୍ଗୋଆପୋଷୀ ରୁଟ୍‌ରେ ଚତୁର୍ଥ ଲାଇନ୍‌ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୧୪୫ କିମି ବିଶିଷ୍ଟ ଏହି ଦୁଇ ରେଳ ପ୍ରକଳ୍ପର ମୋଟ ଅଟକଳ ହେଉଛି ୩୯୦୭ କୋଟି ଟଙ୍କା।୨୦୩୦-୩୧ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।

ଓଡ଼ିଶା ଓ ଝାଡ଼ଖଣ୍ଡର ଚାରିଟି ଜିଲ୍ଲା ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ। ଏଥି ସହିତ ଲଳିତଗିରି ବୌଦ୍ଧ କମ୍ପ୍ଲେକ୍ସ, ଶ୍ରୀ ବଳଦେବଜିଉ ମନ୍ଦିର ଓ ମେଘହାତୁବୁରୁ ପାହାଡ଼ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ମଧ୍ୟ ରେଳ ସଂଯୋଗରେ ଉନ୍ନତି ହେବ। ଦୁଇ ପ୍ରକଳ୍ପ ଦ୍ବାରା ୧୫୨୬ଟି ଗାଁର ୧୪ ଲକ୍ଷରୁ ଅଧିକ ବାସିନ୍ଦା ଉପକୃତ ହେବେ।

ଏ ସମ୍ପର୍କରେ‌ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ବାରା ଗମନାଗମନରେ ଉନ୍ନତି ହେବ। ଅଧିକ ରେଳପଥ ବିକାଶ କରାଯିବା ପରେ ଏହି ରୁଟ୍‌ଗୁଡ଼ିକରେ ହେଉଥିବା ଭିଡ଼ ହ୍ରାସ ପାଇବ। ପିଏମ୍‌ ଗତିଶକ୍ତି-ଜାତୀୟ ମାଷ୍ଟର ପ୍ଲାନ୍‌ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ପରିବହନ ଓ ଲଜିଷ୍ଟିକ୍ସ ଦକ୍ଷତାରେ ଉନ୍ନତି ଘଟିବ।