୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ICC) ଫର୍ମାଟରେ ବଡ଼ ପରିବର୍ତ୍ତନ
1 min read
ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ICC) ଫର୍ମାଟରେ ବଡ଼ ପରିବର୍ତ୍ତନ ଆଣିଛି। ଆଇସିସି ବୋର୍ଡ ବୈଠକରେ ପ୍ରଥମ ଥର ପାଇଁ ‘ସୁପର ସିରିଜ୍’ ଓ ‘ସୁପର-୭’ ଫର୍ମାଟକୁ ଅନୁମୋଦନ ମିଳିଛି। ନୂଆ ବ୍ୟବସ୍ଥା ଅନୁସାରେ ୨୦୨୭ ବିଶ୍ୱକପରେ ମୋଟ ୧୪ଟି ଦଳ ଅଂଶଗ୍ରହଣ କରିବେ ଏବଂ ପ୍ରତିଯୋଗିତା ତିନୋଟି ପର୍ଯ୍ୟାୟରେ ସମ୍ପନ୍ନ ହେବ।
ନୂତନ ଫର୍ମାଟ ଅନୁଯାୟୀ, ଯୋଗ୍ୟତା ତାଲିକାର ୧୨ତମ, ୧୩ତମ ଓ ୧୪ତମ ସ୍ଥାନରେ ଥିବା ଦଳଗୁଡ଼ିକ ପ୍ରଥମେ ‘ସୁପର ସିରିଜ୍’ରେ ମୁହାଁମୁହିଁ ହେବେ। ଏହି ପର୍ଯ୍ୟାୟର ବିଜେତା ଦଳ ଅନ୍ୟ ୧୧ଟି ଦଳ ସହ ରାଉଣ୍ଡ-୨ରେ ପ୍ରବେଶ କରିବ।ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପରେ ୬ଟି ଲେଖାଏଁ ଦଳ ରାଉଣ୍ଡ-ରବିନ୍ ପଦ୍ଧତିରେ ପରସ୍ପର ସହ ମ୍ୟାଚ୍ ଖେଳିବେ।


