ଉପସାଗରୀୟ ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ମଧ୍ୟସ୍ଥତା ଭୂମିକାକୁ ସୁଦୃଢ଼ କରିବା ପାଇଁ କାତାର ଉଦ୍ୟମ
1 min read
ତେହରାନ:ଉପସାଗରୀୟ ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ମଧ୍ୟସ୍ଥତା ଭୂମିକାକୁ ସୁଦୃଢ଼ କରିବା ପାଇଁ କାତାର ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଶୁକ୍ରବାର କାତାରର ଏକ ପ୍ରତିନିଧି ଦଳ ଇରାନ ଗସ୍ତ କରିଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି ।ରିପୋର୍ଟ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀରେ ଘଟିଥିବା ଘଟଣା ଓ ଏହା ପରେ ଇରାନର ସାମରିକ ଏବଂ ବେସାମରିକ ସ୍ଥାନ ଉପରେ ଆମେରିକାର ଆକ୍ରମଣକୁ ନେଇ ଉପୁଜିଥିବା ପରିସ୍ଥିତି ମଧ୍ୟରେ କାତାର ଆଲୋଚନା ମାଧ୍ୟମରେ ତିକ୍ତତା କମାଇବାକୁ ପ୍ରୟାସ କରୁଛି।ଏହି ଗସ୍ତକୁ ଇରାନ ବିରୋଧରେ କାତାରର ଅଭିଯୋଗ ଓ ଉପସାଗରୀୟ ସଙ୍କଟ ସମାଧାନ ପାଇଁ କୂଟନୈତିକ ପଦକ୍ଷେପ ଭାବେ ଦର୍ଶାଇଛି।ଏହି ମାମଲା ସମ୍ପର୍କରେ ଅବଗତ ଜଣେ ସୂତ୍ର ରଏଟର୍ସକୁ କହିଛନ୍ତି ଯେ, କାତାରୀ ଆଲୋଚନାକାରୀମାନେ ଇରାନୀ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ଉଦ୍ଦେଶ୍ୟ ହେଉଛି ଉତ୍ତେଜନା ହ୍ରାସ କରିବା ଏବଂ ଭବିଷ୍ୟତରେ ବ୍ୟାପକ ଆଲୋଚନା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା। ଆହୁରି କହିଛନ୍ତି ଯେ, ଏହି ଆଲୋଚନା ଆମେରିକା ସହ ସମନ୍ୱୟରେ କରାଯାଉଛି। ତେବେ ଏହି କୂଟନୈତିକ ପ୍ରୟାସ ନେଇ କାତାର, ଇରାନ କିମ୍ବା ଆମେରିକା ପକ୍ଷରୁ ବିସ୍ତୃତ ସୂଚନା ମିଳିନାହିଁ


