June 23, 2026

ଗୋଟିଏ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବଢ଼ୁଥିବା ଚିନ୍ତାର ଅବସାନ

1 min read

ଭୁବନେଶ୍ୱର: ଗୋଟିଏ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବଢ଼ୁଥିବା ଚିନ୍ତାର ଅବସାନ ଘଟିଛି । ଆରଆଇ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି । ନୂତନ ସୂଚୀ ଅନୁସାରେ, ଜୁନ୍ ୨୮ରେ ଆରଆଇ ପରୀକ୍ଷା ଆୟୋଜିତ ହେବ । ଅନ୍ୟପଟେ, ଜୁଲାଇ ୫ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ ।

ଦୂର ହେଲା ଦ୍ୱନ୍ଦ୍ୱ
ପୂର୍ବରୁ ଏକା ଦିନରେ ଉଭୟ ପରୀକ୍ଷା ହେବାର ସମ୍ଭାବନା ଥିବାରୁ ପରୀକ୍ଷାର୍ଥୀମାନେ ଅସୁବିଧାରେ ପଡ଼ିଥିଲେ ଏବଂ ତାରିଖ ପରିବର୍ତ୍ତନ ପାଇଁ ଦାବି କରୁଥିଲେ । ସେମାନଙ୍କ ଦାବିକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତି ନେଉଥିବା ପ୍ରାର୍ଥୀମାନେ ବିନା ଦ୍ୱନ୍ଦ୍ୱରେ ପରୀକ୍ଷା ଦେଇପାରିବେ ଏବଂ ନିଜ ଭବିଷ୍ୟତ ପାଇଁ ସୁଯୋଗକୁ ସୁରକ୍ଷିତ କରିପାରିବେ ।