June 23, 2026

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜୁଲାଇ ୪ ତାରିଖରେ ଓଡ଼ିଶା ଗସ୍ତରେ

1 min read

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜୁଲାଇ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଏହି ଗସ୍ତ ଅବସରରେ ସେ ରାଜ୍ୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ସରକାରୀ କାର୍ଯ୍ୟକ୍ରମ ସହିତ ଦଳୀୟ ସଂଗଠନ ପକ୍ଷରୁ ଆୟୋଜିତ ବୈଠକ ଓ ସମାବେଶରେ ମଧ୍ୟ ଅମିତ ଶାହଙ୍କ ଉପସ୍ଥିତି ରହିବ।

ଏହି ଗସ୍ତରେ ସେ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଦଳୀୟ ନେତୃତ୍ୱ ଓ କର୍ମୀମାନଙ୍କୁ ମାର୍ଗଦର୍ଶନ ଦେଇପାରନ୍ତି। ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଉଛି। ତାଙ୍କ ଏହି ଗସ୍ତକୁ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି ।