June 22, 2026

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କର ମୃତ୍ୟୁ

1 min read

ଲକ୍ଷ୍ମୌ: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଆଜି ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଉଶା ମେହଟା ମାର୍ଗରେ ଥିବା ଏକ ୩ ମହଲା ବିଶିଷ୍ଟ କୋଠାରେ କୋଚିଂ ସେଣ୍ଟର୍‌ ସହ ‌ଏକ ପେଟ୍‌ ସପ୍‌ ଏବଂ ଏକ ଆନିମେସନ୍‌ ସେଣ୍ଟର୍‌ ଚାଲିଥିଲା। ଅପରାହ୍ନ ପ୍ରାୟ ୩ଟା ସମୟରେ ହଠାତ କୋଠାରେ ନିଆଁ ଲାଗି ଯାଇଥିଲା ଏବଂ ଆଖି ପିଛୁଳାକେ କଳା ଧୂଆଁ ଆକାଶକୁ ଉଠିବା ସହ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟ‌ରେ ଆତଙ୍କ ଖେଳାଇ ଦେଇଥିଲା। ଖବର ପାଇ ଅଗ୍ନି ନିର୍ବାପକ ଦଳ, ପୁଲିସ, ଏନ୍‌ଡିଆରଏଫ୍‌, ଏସଡିଆରଏଫ୍‌ ଏବଂ ସିଭିଲ ଡିଫେନ୍ସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ୍‌ ଆରମ୍ଭ କରିଥିଲେ। ନିଆଁକୁ ନିୟନ୍ତ୍ରଣ କରିବା ଏତେ ସହଜ ହୋଇଥିଲା।

ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖବର ପାଇବା ପରେ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣା ପରେ ଆଲିଗଡ଼ଗସ୍ତ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।
ତେବେ ବହୁ କସରତ କରିବାପରେ ଅଗ୍ନି ନିର୍ବାପକ ଦଳ ନିଆଁକୁ ନିୟନ୍ତ୍ରଣ କରିଥିଲେ ଏବଂ ନିକଟସ୍ଥ ଏକ ଘର ଦେଇଏହି କୋଠାକୁ ଷ୍ଟ୍ରେଚର୍‌ ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ପ୍ରଭାବିତ ପରିବାରରେ ପହଞ୍ଚିବାପାଇଁ ଏବଂ ସମସ୍ତ ସହଯୋଗ ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷେ ଉତ୍ତରପ୍ର‌ଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ଅଗ୍ନିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାଂଶ ମୃତକ କମ୍‌ ବୟସ୍କ ବୋଲି ଜଣାପଡ଼ିଛି। ଆହୁରି କିଛି ଲୋକ ମଧ୍ୟ ଏହି କୋଠାରେ ଫସି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଉଭୟ ମୃତକ ଏବଂ ଆହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫ ହଜାର ଟଙ୍କାର କ୍ଷତିପୂରଣ ମିଳିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ଘୋଷଣା କରାଯାଇଛି।