ପାକିସ୍ତାନ ମହିଳା କ୍ରିକେଟ ଦଳ ଦଣ୍ଡିତ
1 min read
ବର୍ମିଂହାମ:ଇଂଲଣ୍ଡରେ ଚାଲିଥିବା ମହିଳା ଟି୨୦ ବିଶ୍ବକପରେ ଧିମା ବୋଲିଂ ପାଇଁ ପାକିସ୍ତାନ କ୍ରିକେଟ ଦଳ ଦଣ୍ଡିତ ହୋଇଛି। ରବିବାର ବର୍ମିଂହାମରେ ଗ୍ରୁପ-ଏ ର ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚେର ଧିମା ବୋଲିଂ ପାଇଁ ଆଇସିସି ପକ୍ଷରୁ ପାକିସ୍ତାନ ଦଳକୁ ଦଣ୍ଡିତ କରାଯାଇଛି। ଦଣ୍ଡସ୍ବରୂପ ଦଳର ପ୍ରତ୍ୟେକ ଖେଳାଳି ଓ ସହଯୋଗୀ ସଦସ୍ୟଙ୍କ ମ୍ୟାଚ ଫି ର ୫ ପ୍ରତିଶତ କାଟି ଦିଆଯାଇଛି। ପାକିସ୍ତାନ ନିଦ୍ଧାରିତ ସମୟ ମଧ୍ୟରେ ବୋଲିଂ କୋଟା ପୂରଣ କରିବାରେ ବିଫଳ ହୋଇଥିଲା। ଏହା ଆଇସିସି ଧାରା ୨.୨୨ ଉଲ୍ଲଙ୍ଘନ କରିଥିବାରୁ ମ୍ୟାଚ ରେଫରୀ ଟ୍ରୁଫି ଆଣ୍ଡରସନ ପାକିସ୍ତାନ କ୍ରିକେଟ ଦଳକୁ ଦଣ୍ଡିତ କରିଛନ୍ତି। ଅଧିନାୟିକା ଫତିମା ସାନା ଭୁଲକୁ ସ୍ବିକାର କରିବ ସହ ଦଣ୍ଡକୁ ଗ୍ରହଣ କରିଛନ୍ତି। ଉକ୍ତ ମ୍ୟାଚରେ ପାକିସ୍ତାନ ୬୪ରନରେ ଭାରତ ନିକଟରୁ ପରାଜିତ ହୋଇଥିଲା।


