ଓଡିଶା ଭାଷା ସାହିତ୍ୟ ବିଭାଗ,ସଂସ୍କୃତି ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ VSWALର ମିଳିତ ସହଯୋଗରେ ବଳଭଦ୍ରପୁର ବିଦ୍ୟାଳୟ ପ୍ରାଙ୍ଗଣରେ ଗ୍ରୀଷ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
1 min read
କେନ୍ଦ୍ରାପଡ଼ା,୧୫।୬//ଓ ଏନ ଏନ//: ଓଡିଶା ଭାଷା ସାହିତ୍ୟ ବିଭାଗ,ସଂସ୍କୃତି ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ VSWALର ମିଳିତ ସହଯୋଗରେ ବଳଭଦ୍ରପୁର ବିଦ୍ୟାଳୟ ପ୍ରାଙ୍ଗଣରେ ଗ୍ରୀଷ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଏହି ଉତ୍ସବକୁ ସମାଜ ସେବି ବୈକୁଣ୍ଠ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ.
ମଇ 28 ତାରିଖରେ ଅନୁଷ୍ଠିତ ଏହି ଉତ୍ସବରେ କୁନି କୁନି ପିଲାମାନଙ୍କ ଦ୍ୱାରା ଗ୍ରୀଷ୍ମ ସଚେତନତା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପରିବେଷଣ କରାଯାଇଥିଲା. ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦେଶ୍ୟ ଥିଲା. ସଂଗଠନର ସଭାପତି ଶ୍ରୀ ଦେବ ମହାନ୍ତି ଉତ୍ସବର ଉଦେଶ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଉକ୍ତ ଅଂଚଳର ଜଣେ ଜଣାଶୁଣା ସମାଜସେବି ଶ୍ରୀଯୁକ୍ତ ବୈକୁଣ୍ଠ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଆଖ ପାଖ ଅଂଚଳର ବହୁତ ହସ୍ତ କାରିଗର ସେମାନଙ୍କର ପ୍ରସ୍ତୁତ ସାମଗ୍ରୀକୁ ସେଠାରେ ପ୍ରଦର୍ଶନ କରିବା ସହ ବିକ୍ରି ମଧ୍ୟ କରିଥିଲେ। ଉପସ୍ଥିତ ସ୍ଥାନୀୟ ହାତ କାରିଗର ମାନେ ଏଭଳି ଉତ୍ସବ ହେଲେ ଭବିଷ୍ୟତରେ ତାଙ୍କୁ ଏକ ସୁନିଶ୍ଚିତ ରୋଜଗାର ମିଳିବ ବୋଲି କହିଥିଲେ। ସଂଗଠନ ର ସମ୍ପାଦକ ନୃସିଂହ ବିଶ୍ୱାଳ ଉପସ୍ଥିତ ସମସ୍ତ ଦର୍ଶକ, ଆୟୋଜକ ଏବଂ ଅଞ୍ଚଳର ସମସ୍ତ ନାଗରିକ ମାନଙ୍କୁ ଉତ୍ସବର ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବୀରଭଦ୍ର ସ୍ୱାଇଁ, ଅମରେନ୍ଦ୍ର ଗୋଛାୟତ ଓ ବ୍ରଜ ସାମଲ ଉପସ୍ଥିତ ରହି ଉତ୍ସବର ସୁପରିଚାଳନ କରିଥିଲେ


