June 6, 2026

ଅତ୍ୟାଧୁନିକ ତାଳବଣିଆ ଥାନା ଉଦ୍‌ଘାଟିତ

1 min read

ପୁରୀ: ପୁଲିସମାନେ ସାଧାରଣ ଲୋକଙ୍କ ପାଇଁ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରନ୍ତୁ ଏବଂ ଅପରାଧୀଙ୍କ ପାଇଁ କଠୋର ହୁଅନ୍ତୁ। ଆଇନ ଅନୁଯାୟୀ ପ୍ରକ୍ରିୟା ସଂପାଦନ କରିବା ହେଉଛି ଆପଣମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ। ଆଜି ପୁରୀ ତାଳବଣିଆଠାରେ ଏକ ଅତ୍ୟାଧୁନିକ ନୂତନ ଥାନା ଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ ଭିତ୍ତିଭୂମିକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆହ୍ବାନ ଦେଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥିତ ଏସ୍‌ଡିପିଓ କାର୍ଯ୍ୟାଳୟ, ଯାଜପୁରର ବ୍ରହ୍ମବରଦା ଥାନା, ତୃତୀୟ ବାଟାଲିୟନ୍‌ କୋରାପୁଟର ପ୍ରଶାସନିକ ଭବନ ଓ ଅସ୍ତ୍ରାଗାର ଗୃହ ସମେତ ଭୁବନେଶ୍ବର, କଟକ ଓ ଯାଜପୁରରେ ସର୍ବମୋଟ ୬୫୮ଟି ଡିଇଏଫ୍‌ ଟାଇପ୍‌ ପୁଲିସ ଆବାସିକ ଗୃହର ମଧ୍ୟ ଲୋକାର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଦ୍ୱାରା ପ୍ରାୟ ୧୯୫ କୋଟି ଟଙ୍କା ଏଥି ପାଇଁ ବିନିଯୋଗ ହୋଇଛି।