July 22, 2026

ପୁଲିସ କ୍ୱାର୍ଟର୍ସରେ ଜଣେ କନେଷ୍ଟବଳ ଆତ୍ମାହୁତି ଉଦ୍ୟମ

1 min read

ବ୍ରହ୍ମପୁର: ବ୍ରହ୍ମପୁର ବିଜିପୁରସ୍ଥିତ ପୁଲିସ କ୍ୱାର୍ଟର୍ସରେ ଜଣେ କନେଷ୍ଟବଳ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇଛନ୍ତି। ସେ ହେଲେ ଆଶୁତୋଷ ମଲ୍ଲ। ଆଜି ରାତିରେ ସେ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ହୁତୁହୁତୁ ହୋଇ ଜଳୁଥିବା ଅବସ୍ଥାରେ ସେ ଜୀବନ ବଞ୍ଚାଇବା ପାଇଁ ଜଣେ ପୁଲିସ ହାବିଲଦାରଙ୍କ କ୍ବାର୍ଟର୍ସ ଭିତରେ ପଶିଯାଇଥିଲେ।
ଫଳରେ ହାବିଲଦାରଙ୍କ ଘରର କିଛି ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି। ଆଶୁତୋଷ ଓଏମ୍‌ଭିଡିରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଥିବାରୁ ସେ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଓ ଅଧିକ ଚିକିତ୍ସା ଲାଗି କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ଆତ୍ମାହୁତିର କାରଣ ଜଣାପଡ଼ିନି। ତେବେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ କହିଛନ୍ତି।