ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର
1 min read
ତିହିଡି:ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନ କାସିମପୁର-ଓରାଳି ମଝାମଝିରେ ଥିବା ରେବ ନଦୀ କୂଳରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି।ସ୍ଥାନୀୟ ଲୋକମାନେ ସକାଳେ ନଦୀ କୂଳରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ମୃତ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଚିହ୍ନ ଥିବା ବେଳେ ସେ ଶାଢ଼ି ପିନ୍ଧିଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଗତକାଲି ରାତିରେ ତାଙ୍କୁ ହତ୍ୟା କରି ମୃତଦେହକୁ ନଦୀ କୂଳରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।
ଘଟଣାସ୍ଥଳରେ ତିହିଡି ପୋଲିସ ସହ ଭଦ୍ରକ ସାଇଣ୍ଟିଫିକ ଟିମ୍ ପହଞ୍ଚି ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ପୋଲିସ ଚାରିପାଖ ଅଞ୍ଚଳରେ ଖୋଜଖବର ଚାଲାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି।


