May 29, 2026

ବାରଙ୍ଗରେ ରାସ୍ତାରୋକ

1 min read

ଭୁବନେଶ୍ୱର : ବାରଙ୍ଗରେ ରାସ୍ତାରୋକ। ବହୁ ଚର୍ଚ୍ଚିତ ରାକେଶଙ୍କୁ ପୁଲିସର ମାଡ ମରାଯିବା ଅଭିଯୋଗ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ରାକେଶଙ୍କୁ କଟକ ଏସସିବି ମେଡିକାଲରୁ କେଉଁଆଡେ ପୁଲିସ ନେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାକେଶଙ୍କ ସହ ତାଙ୍କ ବାପା ଓ ମାଆଙ୍କୁ ମଧ୍ୟ ନେଇ ଯାଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ବାରଙ୍ଗରେ ରାସ୍ତା ଅବରୋଧ କରିଛନ୍ତି ଚଣ୍ଡିପ୍ରସାଦ ଗ୍ରାମବାସୀ। କଟକ- ଭୁବନେଶ୍ୱର, ଭୁବନେଶ୍ୱରରୁ କଟକକୁ ଯିବା ଆସିବା ରାସ୍ତା ବନ୍ଦ କରାଯାଇଛି। ଟ୍ରାଫିକ୍ ସମସ୍ୟା ସହ ରାସ୍ତାରେ ଲୋକେ ହୋହଲ୍ଲା କରିବା ସହ ଅନେକ ଗାଡି ଅଟକ ରହିଛି। ପୂର୍ବରୁ ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାକୁ ନେଇ ପ୍ରତିବାଦ କରିଥିଲେ ଗ୍ରାମବାସୀ।