July 17, 2026

ମାଡ୍ରାସ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି

1 min read

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ତାମିଲନାଡୁରେ ବକ୍ରୀଦ କିମ୍ବା ଅନ୍ୟ କୌଣସି ଦିନରେ ଗାଈ ଏବଂ ବାଛୁରୀ ହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଛନ୍ତି। ବିଚାରପତି ଜି.ଆର. ସ୍ୱାମୀନାଥନ ଏବଂ ଭି. ଲକ୍ଷ୍ମୀନାରାୟଣନଙ୍କ ଏକ ଛୁଟିଦିନ ଖଣ୍ଡପୀଠ ଏହି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଏହି ପିଆଇଏଲରେ ବିଚାର କରାଯାଇଥିବା ପ୍ରଶ୍ନ ହେଉଛି, ବକ୍ରୀଦ ଅବସରରେ କସଲଖାନା ଭାବରେ ନାମିତ ନଥିବା ସ୍ଥାନରେ ଗାଈ ଏବଂ ବାଛୁରୀ ବଳି ଦିଆଯାଇପାରିବ କି?” ଦାବିକୁ ଗ୍ରହଣ କରି କୋର୍ଟ ତାମିଲନାଡୁ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।