୨୨% ଘରୋଇ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
1 min read
ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାର ଇଣ୍ଡିଆ ଘରୋଇ ରୁଟ୍ରେ ୨୨ ପ୍ରତିଶତ ଉଡ଼ାଣ ବାତିଲ କରିଛି। ଆସନ୍ତା ଜୁନ୍ରୁ ଅଗଷ୍ଟ ମଧ୍ୟରେ କମ୍ପାନିର ଉଡ଼ାଣ ହ୍ରାସ ପାଇବ। ଇନ୍ଧନ ଦର ଓ ପରିଚାଳନା ଖର୍ଚ୍ଚ ବଢ଼ୁଥିବାରୁ କେତେକ ରୁଟ୍ରେ ଉଡ଼ାଣ ହ୍ରାସ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି।


