ସିଧା ଏନକାଉଣ୍ଟର କରୁଛି ଓଡିଶା ପୁଲିସ
1 min read
ବ୍ରହ୍ମପୁର: ଅପରାଧୀ ମାନେ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ପୁଲିସ। ଏଥର ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ। ଅପରାଧୀଙ୍କୁ ସିଧା ଏନକାଉଣ୍ଟର କରୁଛି ଓଡିଶା ପୁଲିସ। ହିଂସାତ୍ମକ ଅପରାଧ ଏବଂ ଗ୍ୟାଙ୍ଗ କାର୍ଯ୍ୟକଳାପକୁ ଅଟକାଇବା ପାଇଁ ଓଡ଼ିଶା ପୁଲିସ ରାଜ୍ୟବ୍ୟାପୀ ଏକ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ସପ୍ତାହରେ ମଧ୍ୟରେ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନରେ ୩ ଜଣଙ୍କୁ ଏନକାଉଣ୍ଟର କରିଛି। ବ୍ରହ୍ମପୁର, ସମ୍ବଲପୁର ଜିଲ୍ଲାରେ ହାଇ-ପ୍ରୋଫାଇଲ ଏବଂ ୱାଣ୍ଟେଡ୍ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୁଲିସ।
(୨୫ ମେ) : ଜନଗହଳିପୂର୍ଣ୍ଣ ଅମ୍ବିକା ନଗର ବଜାରରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ଯାହାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା। ପୁଲିସ ଅଭିଯୁକ୍ତଙ୍କୁ ଖୋଜିବା ପରେ ସୁକୁଣ୍ଡା ଗ୍ରାମ ନିକଟରେ ମୁଖ୍ୟ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରିଥିଲା। ଜଗାର ଉଭୟ ଗୋଡରେ ଗୁଳି ବାଜିଥିଲା।


